ଆଉ ୧୦ ଖଣି ନିଲାମ ହେବ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ରାଜ୍ୟରେ ଆଉ ୧୦ଟି ଖଣି ନିଲାମ ହେବ। ୨୦୨୩-୨୪ ଆର୍ଥିକ ବର୍ଷରେ ଉକ୍ତ ଖଣି ନିଲାମ ହେବ। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ନିଲାମ ହେବାକୁ ଥିବା ଖଣିଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲାର କୋଇଡା ଲୁହାପଥର ଖଣି, ଅଳଘାଟ ଲୁହାପଥର ଖଣି, ଝୁମକା-ପାଥିରିପୋଷି ଲୁହାପଥର ଖଣି, ତୁନମୁରା ଲାଇମଷ୍ଟୋନ ଓ ଡୋଲମାଇଟ, କଳାହାଣ୍ଡି ଜିଲାର କର୍ଲାପାଟ ବକ୍ସାଇଟ ଖଣି, କେନ୍ଦୁଝରର ରେଙ୍ଗଲାବେରା ନର୍ଥ ଇଷ୍ଟ ଓ ନୂଆଗାଁ ଲୁହାପଥର ଖଣି, ରୋଏଡା-୧ ଲୁହାପଥର ଖଣି, କେନ୍ଦୁଝର ଓ ସୁନ୍ଦରଗଡ଼ର ଗନ୍ଧାଲପଡ଼ା ଓ୍ବେଷ୍ଟ ଲୁହାପଥର ଖଣି, ଏବଂ ରାୟଗଡ଼ାର ସରଗିଗୁଡ଼ା ଗ୍ରାଫାଇଟ ଖଣି, ନୁନାପାଇମାଳି ବକ୍ସାଇଟ ଖଣି। ଏଥିସହିତ କେନ୍ଦୁଝରର କେନ୍ଦୁଡିହି ଲୁହାପଥର ଖଣି, ସୁନ୍ଦରଗଡ଼ ଜିଲାର ଭଞ୍ଜକୁସୁମ ମାଙ୍ଗାନିଜ ଖଣି, କୁସୁମଡିହି ମାଙ୍ଗାନିଜ ଖଣି, କେଡେଶାଳା ଲୁହାପଥର ଖଣି, ଓରାବୁରି ମାଙ୍ଗାନିଜ ଆଦି ୫ଟି ଖଣିର ନିଲାମ ପ୍ରକ୍ରିୟା ଚାଲିଛି।
ଆଉ ୧୦ ଖଣି…
ରାଜ୍ୟରେ ଏବେ ସୁଦ୍ଧା ୪୧ଟି ଖଣି ନିଲାମ ହୋଇଛି। ସେଥିରୁ ଏବେ ସୁଦ୍ଧା ୨୩ଟି ଖଣି କାର୍ଯ୍ୟକ୍ଷମ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଖଣିରୁ ୨୦୧୯-୨୦ରେ ୧,୯୨,୦୧,୯୭,୧୨୨, ୨୦୨୦-୨୧ରେ ୪୫,୪୩,୬୭,୫୮,୬୩୪, ୨୦୨୧-୨୨ରେ ୨,୩୨,୨୦,୮୪,୭୦,୩୧୦ ଏବଂ ୨୦୨୩ ଫେବୃୟାରୀ ସୁଦ୍ଧା ୧,୬୬,୩୦,୨୬,୮୮,୮୦୧ ଟଙ୍କା ରାଜସ୍ବ ଆଦାୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କାର୍ଡ ବାଣ୍ଟିବାକୁ ଯାଇଥିଲେ ଯୁବକ, ଚାପିଦେଲା ଟ୍ରକ୍‌

ସଇଁନ୍ତଳା,୨୭ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଲା ଥାନା ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସାମାନ୍ୟ ଆହତ...

ବଡ଼ ସୂଚନା ଦେଲେ ଭକ୍ତ, ‘ଆନ୍ଦୋଳନରେ ପହଞ୍ଚିବେ ରାହୁଲ’

ଭୁବନେଶ୍ୱର,୨୭।୩: ରାଜଧାନୀରେ କଂଗ୍ରେସ କରିଛି ରଣହୁଙ୍କାର। କଂଗ୍ରେସର ଗର୍ଜନରେ ଉଠୁଛି ପଡୁଛି ରାଜଧାନୀ। କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ବିଧାନସଭା ଆଗରେ...

ନଗ୍ନ ଭିଡିଓ ଭାଇରାଲ ଧମକ ଦେଇ ପିଉସା କରୁଥିଲେ ବଳାତ୍କାର, ଏବେ ଝିଆରୀ ୩ ମାସର ଗର୍ଭବତୀ

ବାରିପଦା,୨୭ା୩(ନୀଳାଦ୍ରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜନୈକା ଦଶମ ଶ୍ରେଣୀ ଛାତ୍ରୀଙ୍କ ନଗ୍ନ ଭିଡିଓ ଭାଇରାଲ ଧମକରେ ସମ୍ପର୍କୀୟ ପିଉସା ବାରମ୍ବାର...

ବିରୋଧୀଙ୍କ ଉପରେ ବର୍ଷିଲେ ମନମୋହନ, କହିଲେ ସେମାନେ ଦଳର…

ଭୁବନେଶ୍ୱର,୨୭ା୩: କଂଗ୍ରେସ ଗୁରୁବାର ବିଧାନସଭା ଘେରାଉ କରିଛି। ଏପଟେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ୍‌ କରି ବିରୋଧୀଙ୍କ ଉପରେ ପ୍ରବଳ...

କଂଗ୍ରେସ କଲା ଗର୍ଜନ, ମାନସଙ୍କୁ ଘରୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୨୭।୩: ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ। ରାମମନ୍ଦିର ଛକରୁ କଂଗ୍ରେସର ପଦଯାତ୍ରା ଆରମ୍ଭ ହୋଇଛି। ସେପଟେ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ପୁର୍ବରୁ ଗଙ୍ଗା ଜଳ...

ହୋମ୍‌ଗାର୍ଡ ପରୀକ୍ଷା ବେଳେ ଅଚେତ ହୋଇପଡ଼ିଥିଲେ ପରୀକ୍ଷାର୍ଥୀ, ଚିକିତ୍ସାଧୀନ ଅବସ୍ଥାରେ…

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ଚାଲିଥିଲା ଶାରିରୀକ ପରୀକ୍ଷା। ଏହି ପରୀକ୍ଷା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ପରୀକ୍ଷା ପାଇଁ...

ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ

ଫୁଲବାଣୀ, ୨୭।୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଅଞ୍ଚଳରେ ବୁଧବାର ଜଣେ ନାବାଳକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର...

ଭୁବନେଶ୍ୱରକୁ ଘେରିଗଲେ ପୋଲିସ ଫୋର୍ସ, ଚେତାବନୀ ଦେଲେ ଭକ୍ତ ଦାସ…

ଭୁବନେଶ୍ୱର,୨୭।୩: ଆଜି ଭୁବନେଶ୍ୱର ଘେରିବ କଂଗ୍ରେସ। ଏନେଇ ହାଇ ଆର୍ଲଟ ମୋଡରେ ରାଜଧାନୀ। ସାରା ଭୁବନେଶ୍ୱରରେ ହୋଇଛି ପୋଲିସ ଛାଉଣୀ। ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image