ଭୁବନେଶ୍ୱରରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର,୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଗୁରୁବାର ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିଛି । ଆସନ୍ତାକାଲି ଆଉ ୧୦ ଲକ୍ଷ ଟିକା ଓଡ଼ିଶାରେ ପହଞ୍ଚିପାରେ। ସେରମ ଇନଷ୍ଟିଚ୍ୟୁଟ୍‌ରୁ ୮ ଲକ୍ଷ କୋଭିଶିଲ୍ଡ ଟିକା ଆସିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଟିକା ନ ଥିବାରୁ ଆଜି ଟିକାକରଣ ବନ୍ଦ ରହିଛି । କାଲି ରାଜ୍ୟକୁ ଟିକା ଆସିବାର ଥିଲା ମାତ୍ର ଆସି ନ ଥିଲା। ଆଜି ୧ ଲକ୍ଷ ଟିକା ପହଞ୍ଚିଛି। ତେବେ ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହେବ।

Share