କଟକ ଅଫିସ, ୬।୧୦: କଟକ ସହରରୁ ମଙ୍ଗଳବାର ୧୧୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୪ ଜଣ ଏବଂ ୬୩ ଜଣ ଲୋକାଲ୍ କେସ୍ ଥିବା କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
ଫଳରେ କଟକ ସହରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୧୨ ହଜାର ୯୩୪କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୧ ହଜାର ୧୩୫ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ସେହିଭଳି ଏବେ ମଧ୍ୟ ୧,୭୪୩ ଜଣ ଚିକିତ୍ସାଧୀନ ରହିଥିବାବେଳେ ୫୬ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।