ରାଜଧାନୀରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୭।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସୋମବାର ରାଜଧାନୀ ଭୁବନେଶ୍ୱରରୁ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୧୮ ଜଣ ଥିବାବେଳେ ୪୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଇଗିଣିଆ ଆଳୁଗଦିରୁ ୨୦ ଏବଂ ତ୍ରିନାଥ ବସ୍ତିରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି।
ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୟୁନିଟ-୨ରୁ ଜଣେ, ଝାରପଡାରୁ ଜଣେ, ଗଙ୍ଗନଗର ଓୟୁଏଟି ହଷ୍ଟେଲ ନିକଟରୁ ୩ ଜଣ, ଭିଏସଏସନଗରରୁ ଜଣେ, କଳିଙ୍ଗନଗରରୁ ଜଣେ, ଜାଗମରାରୁ ଜଣେ, ମଞ୍ଚେଶ୍ୱରରୁ ଜଣେ, ଶୈଳଶ୍ରୀ ବିହାରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ବିଏମସି ଅଞ୍ଚଳରୁ ୨୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ୧୦୧୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୧୨୫ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share