ଭୁବନେଶ୍ୱରରୁ ଆଉ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜଧାନୀ ଭୁବନେଶ୍ୱରରୁ ରବିବାର ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୫୯ ଜଣ ଲୋକାଲ କେସ। ସେଥିମଧ୍ୟରେ ୨ ଜଣ କରୋନା ଯୋଦ୍ଧା ରହିଛନ୍ତି। ସେହିପରି ଆଜି ଭୁବନେଶ୍ୱରରୁ ୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରବିବାର ଟୁଇଟ ଯୋଗେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ ୧୯୯୧ କରୋନା ପଜିଟିଭ ମାମଲା ରହିଛି। ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦୬୯ଟି ସକ୍ରିୟ ମାମଲା ରହିଥିବାବେଳେ ମୋଟ୍‌ ୯୦୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧ ଜଣଙ୍କ ମୃତ୍ୟୁ ଘଟିଛି।

Share