ବୁଗୁଡ଼ାରେ ପୁଣି ୧୭ କରୋନା ପଜିଟିଭ୍‌: ୧୯ ପର୍ଯ୍ୟନ୍ତ ବଢ଼ିଲା ଶଟ୍‌ଡାଉନ୍‌

ବୁଗୁଡ଼ା,୧୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକେ ବିଭିନ୍ନ ଆଶଙ୍କା ଦେଇ ଗତି କରୁଛନ୍ତି। ସେହିପରି ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକବାସୀ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନ ଥିବା ଜଣାପଡ଼ିଛି। ବୁଗୁଡ଼ାରେ ବୁଧବାର ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦରରେ ୬,
ସୋରଡ଼ ଗ୍ରାମରେ ୫ ,ଡେହୁକା ୩,କଳମ୍ବ,ମୋଟାବାଡ଼ି ଓ ବୁଗୁଡା ଏନ୍‌ଏସି ଦାସ କଲୋନୀରେ ଜଣେ ଲେଖାଏ ବ୍ୟକ୍ତିଙ୍କର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କରୋନା ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରରେ ପୁଣି ୫ ଦିନ ପାଇଁ ଆଜିଠାରୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଏହି ନିୟମକୁ କେତେକ ଅମାନିଆ ନ ମାନି ରାସ୍ତାରେ ଯାନବାହନ ଚଳାଚଳ ସହିତ
ବେପରୁଆ ମନୋଭାବ ନେଇ ଯାତାଯାତ କରୁଥିବା ଦେଖିବାକୁ ମିଳିଥିଲା। ଏମାନଙ୍କୁ ସାବାଡ୍‌ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସେହିପରି ତହସିଲଦାର ସଂଗ୍ରାମ କେଶରୀ ଜେନା ବେଆଇନ ଭାବେ ଖୋଲାଯାଇଥିବା ୨ ତେଜରାତି ଏବଂ ୨ ପରିବା ଦୋକାନୀଙ୍କୁ ତାଗିଦ୍‌ କରିବା ସହ ସେମାନଙ୍କଠାରୁ ୧୦୦୦ ଟଙ୍କା ଲେଖାଏ ୪୦୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି।

Share