ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାବତ୍ ରାଜ୍ୟରୁ ୧୩,୨୨,୮୩୧ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧, କଟକରୁ ୩୩, ସୁନ୍ଦରଗଡରୁ ୨୧, କେନ୍ଦୁଝରରୁ ୯, ବରଗଡରୁ ୭, ମୟୁରଭଞ୍ଜରୁ ୭, ବଲାଙ୍ଗୀରରୁ ୬, ବୌଦ୍ଧରୁ ୬, ନୂଆପଡାରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ଜଗତ୍ସିଂପୁର, କୋରାପୁଟ ଏବଂ ନବରଙ୍ଗପୁରରୁ ୪ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୪, ଦେବଗଡ଼, ଗଞ୍ଜାମ, କଳାହାଣ୍ଡି ଏବଂ କନ୍ଧମାଳରୁ ୩ ଜଣ ଲେଖାଏ, ଅନୁଗୋଳ, ଯାଜପୁର, ସୋନପୁରରୁ ୨ ଜଣ ଲେଖାଏ ଏବଂ ବାଲେଶ୍ୱର, ଭଦ୍ରକ ଏବଂ ପୁରୀରୁ ଜଣେ ଲେଖାଏ ଥିବା ବେଳେ ଷ୍ଟେଟ୍ ପୁଲ୍ରୁ ୯ ଜଣ ରହିଛନ୍ତି।