ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି।
ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୨୨ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ୧୭୦, ଅନୁଗୋଳ ୧୨୬, କେନ୍ଦ୍ରାପଡ଼ା ୧୦୨, କଟକ ୧୦୦, ବଲାଙ୍ଗୀର ୯୬, ବାଲେଶ୍ୱର ୮୯, ମୟୂରଭଞ୍ଜ ୮୦, କଳାହାଣ୍ଡି ୭୬, ଜଗତ୍ସିଂହପୁର ୭୩, ନୂଆପଡ଼ା ୬୮, ଝାରସୁଗୁଡ଼ା ୫୫, ଢେଙ୍କାନାଳ ୪୯, ଯାଜପୁର ୪୮, ପୁରୀ ୪୭, ନବରଙ୍ଗପୁର ୪୫, ସମ୍ବଲପୁରୀ ୪୫, କନ୍ଧମାଳ ୪୨, କେନ୍ଦୁଝର ୪୨, ବରଗଡ଼ ୩୭, ସୋନପୁର ୩୭, ମାଲକାନଗିରି ୩୫, ରାୟଗଡ଼ା ୩୪, କୋରାପୁଟ ୩୩, ବୌଦ୍ଧ ୩୨, ନୟାଗଡ଼ ୩୦, ଭଦ୍ରକ ୨୫, ଗଞ୍ଜାମ ୨୦, ଗଜପତି ୫, ଦେବଗଡ଼ ୪, ଷ୍ଟେଟ ପୋଲରୁ ୪୧ ଜଣ ରହିଛନ୍ତି।