ଓଡିଶାରେ ପହଞ୍ଚିଲା ଆଉ ୨୦ହଜାର ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌

ଭୁବନେଶ୍ୱର,୮।୭(ବ୍ୟୁରୋ)-ଓଡ଼ିଶାରେ ଆଉ ୨୦ହଜାର ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ ବୁଧବାର ଆସି ପହଞ୍ଚତ୍ଛି। ଏହାକୁ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)ରେ ରଖାଯାଇଛି। ସେଠାରୁ ରାଜ୍ୟର ସମସ୍ତ ଜିଲା ଚିକିତ୍ସାଳୟ ଓ ମେଡିକାଲ କଲେଜକୁ ପଠାଯିବ। କଟକ ଏସ୍‌ସିବିକୁ ୧,୫୦୦ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ ପଠାଯିବ ଏବଂ ଅନ୍ୟ ୫ଟି ମେଡିକାଲ କଲେଜକୁ ୧,୦୦୦ ଲେଖାଏ କିଟ୍‌ ଯିବ। ରାଜ୍ୟରେ କରୋନରେ ସର୍ବାଧିକ ପ୍ରଭାବିତ ହୋଇଥିବା ଗଞ୍ଜାମ ଜିଲାକୁ ୩ହଜାର ଆଣ୍ଟିଜେନ୍‌ କିଟ୍‌ ପଠାଯିବ। ସେହିପରି ଗଜପତିକୁ ୫୦୦ ଓ କଟକ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରକୁ ୫୦୦ କିଟ୍‌ ପଠାଯିବ। ରାଜ୍ୟର ସମସ୍ତ ଜିଲା ଚିକିତ୍ସାଳୟକୁ ୧୫୦ ଲେଖାଏ କିଟ୍‌ ପଠାଯିବ ବୋଲି ସୂଚନା ମିଳିଛି।

Share