ରାଜଧାନୀରୁ ପୁଣି ୨୧ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବର୍ଷକର ଶିଶୁ ସାମିଲ୍‌

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଏଠାରୁ ପୁଣି ୨୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ରେ ପହଞ୍ଚିଛି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୬ ଏବଂ ଲୋକାଲ କେସ୍‌ ୫ ବୋଲି ଜଣାପଡିଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ୨୮ ବର୍ଷୀୟା ମହିଳା, ଶରଧାପଲ୍ଲୀରୁ ୩୩ ବର୍ଷୀୟ ପୁରୁଷ, ବଡଗଡରୁ ୩୮ ବର୍ଷୀୟ ପୁରୁଷ, ରସୁଲଗଡରୁ ୨୬ ଏବଂ ୪୫ ବର୍ଷୀୟ ପୁରୁଷ, କୋଲାଠିଆରୁ ୩୨ ବର୍ଷୀୟ ମହିଳା, କଳିଙ୍ଗ ନଗରରୁ ୨୪ ବର୍ଷୀୟ ମହିଳା ଏବଂ ଜଣେ ବର୍ଷକର ଶିଶୁ, ୟୁନିଟ୍‌-୪ରୁ ୩୧ବର୍ଷର ପୁରୁଷ, ଆଇଆରସି ଭିଲେଜରୁ ୫୧ ବର୍ଷୀୟ ପୁରୁଷ,   ବେସରକାରୀ ଡାକ୍ତରଖାନାରେ କାମ କରୁଥିବା ଜଣେ ୨୬ ବର୍ଷୀୟା ପୁରୁଷ, ଫରେଷ୍ଟ ପାର୍କରୁ ୩୮ ଏବଂ ୧୩ ବର୍ଷୀୟ ମହିଳା ଏବଂ ବେସରକାରୀ ଡାକ୍ତରଖାନାରେ କାମ କରୁଥିବା ୫୫, ୨୯ ଓ ୨୩ ବର୍ଷୀୟ ପୁରୁଷ ସାମିଲ ଅଛନ୍ତି। ସେହିପରି ୪୯ ଜଣ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ୧୨୫୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୨୫ ଜଣ ସୁସ୍ଥ ହୋଇଥିବାବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୬୧୪ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ପୁନଃ ନିର୍ଦ୍ଧାରଣ ବୈଠକ: ଚେନ୍ନାଇ ଗଲେନି ନବୀନ, ପଠାଇଲେ ପ୍ରତିନିଧି

ଭୁବନେଶ୍ୱର,୨୧ା୩: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର (୨୨ ମାର୍ଚ୍ଚ) ଚେନ୍ନାଇରେ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ବୈଠକ...

ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ,୨୧ା୩: ବିଚାରପତି ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ଶୁକ୍ରବାର ନିଯୁକ୍ତ କରାଯାଇଛି। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି...

ବେଆଇନ ହୁକା ବାର୍ ଉପରେ ଚଢାଉ; ତମାଖୁ, ଧୂମପାନ ସାମଗ୍ରୀ ଜବତ

ବ୍ରହ୍ମପୁର,୨୧ା୩: ସହରରେ ଚାଲିଥିବା ବେଆଇନ ହୁକା ବାର୍ ଉପରେ ଏକାଧିକ ଚଢାଉ କରି ହୁକା ପାତ୍ର, ତମାଖୁ ଉତ୍ପାଦ ଏବଂ ଅନ୍ୟାନ୍ୟ ଧୂମପାନ ସାମଗ୍ରୀ ଜବତ...

ମଦ ବ୍ୟବସାୟୀଙ୍କ ଘରେ ଜାରି ରହିଛି ଚଢ଼ାଉ: ମିଳୁଛି ପୁଳାପୁଳା ଟଙ୍କା

ଅନୁଗୋଳ,୨୧ା୩: ଅନୁଗୋଳର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ବିଭାଗର ବଡ଼ ଧରଣର ରେଡ୍‌ ଜାରି ରହିଛି। ଶୁକ୍ରବାର ଦ୍ବିତୀୟ ଦିନରେ ଚଢ଼ାଉ ବେଳେ...

ଓଡ଼ିଶାରେ ୬ ଲକ୍ଷରୁ ଅଧିକ ଲୋକ ଭତ୍ତା ପାଇବାକୁ ଅପେକ୍ଷା କରିଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର,୨୧ା୩: ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଅଧୀନରେ ଓଡ଼ିଶାରେ ୬ ଲକ୍ଷରୁ ଅଧିକ ଲୋକ ଭତ୍ତା ଲାଭ ପାଇବାକୁ ଅପେକ୍ଷା କରିଛନ୍ତି। ସାମାଜିକ ସୁରକ୍ଷା ଏବଂ...

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ ଆରମ୍ଭ

ଝାରସୁଗୁଡ଼ା,୨୧।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶୁକ୍ରବାର ଚତୁର୍ଥ ଦିନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ଖୋଳତାଡ଼ ଆରମ୍ଭ...

ବିଧାନସଭାକୁ ଫେରିଲେ ତାରା, କହିଲେ ପ୍ରତିବାଦ କେମିତି କରନ୍ତି ଏଥର…

ଭୁବନେଶ୍ୱର,୨୧ା୩: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଇତିମଧ୍ୟରେ ପୁଣି ଥରେ ବିଧାନସଭାକୁ ଫେରିଛନ୍ତି। ୭ ଦିନର ନିଲମ୍ବନ ପରେ ତାରା ଶୁକ୍ରବାର ବିଧାନସଭାରେ ପହଞ୍ଚିଛନ୍ତି।...

ଅତିରିକ୍ତ ଜିଲାପାଳଙ୍କୁ ଭାଜପା ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିହାର ରଞ୍ଜନ କହଁରଙ୍କୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image