କେନ୍ଦୁଝର,୧୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଅନ୍ୟ ୨ ଜଣ କରନା ଯୋଦ୍ଧା ଥିବା ଜଣାପଡିଛି। ୨ ଜଣ ଯୋଡ଼ା ବ୍ଲକ, ଭଦ୍ରାସହି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ପୂର୍ବରୁ ବଡ଼ବିଲରେ କରନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟ ୧୮ ଜଣ ସାହରପଡ଼ା, ପାଟଣା, ଆନନ୍ଦପୁର, ଘଟଗାଁ, ଯୋଡ଼ା, ଘଷିପୁରା, ତେଲକୋଇ, ଝୁମ୍ପୁରା, ହାଟଡ଼ିହି, ହରିଚନ୍ଦନପୁର ବ୍ଲକ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୩୪୦ରେ ପହଞ୍ଚି ଥିବା ବେଳେ ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୫୭ ଜଣ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।