ରାଜ୍ୟରେ ପୁଣି ୨୬୩ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୧୨ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୫୪୨ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ଜିଲାରୁ ସର୍ବାଧିକ ୪୫ଜଣ ଥିବା ଜଣାପଡିଛି। ସେହିପରି ରାଜ୍ୟରେ ଗୁରୁବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୫୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୪ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡ ଏବଂ କଳାହାଣ୍ଡିରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Share