କରୋନା ଆଁରେ ରାଜଧାନୀ: ଆଉ ୨୪୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୪।୭(ବ୍ୟୁରୋ)-କରୋନା ଆଁରେ ରାଜଧାନୀ। ଭୁବନେଶ୍ୱରରୁ ଶୁକ୍ରବାର ପୁଣି ୨୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦୭ କ୍ୱାରାଣ୍ଟାଇନରେ  ଥିବାବେଳେ ୪୧ ଲୋକାଲ କଣ୍ଟାକ୍ଟ କେସ ରହିଛି। ବିଜେବି ନଗର ମହିଷାଖାଲ ବସ୍ତିରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳ ଏକ ଘରୋଇ ହସ୍ପିଟାଲର ୨୭କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରରୁ ୨୦, ଲକ୍ଷ୍ମୀବିହାରରୁ ୬, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀ ଗାନ୍ଧିବସ୍ତିରୁ ୬, ୟୁନିଟ-୩ ମାଳି କଲୋନୀରୁ ୫, ପାଣ୍ଡରା ଜିଜିପି କଲୋନୀରୁ ୫, ଲକ୍ଷ୍ମୀସାଗରରୁ ୫, ନୂଆପଲ୍ଲୀ କ୍ରିଷ୍ଣାବଳରାମ ବିହାରରୁ ୪, ୟୁନିଟ-୧ ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ଆଇଆରସି ଭିଲେଜର ୨ଟି ଜାଗାରୁ ୬, ସାଲିଆସାହିରୁ ୩, ନୟାପଲ୍ଲୀରୁ ୩, ରାଜମହଲ ଛକ ନିକଟ ନିର୍ମାଣ ସଂସ୍ଥାର ୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ବିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share