ଭଦ୍ରକ ଜିଲାରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ ଅଫିସ,୧୬।୭: ଭଦ୍ରକ ଜିଲାରେ ଗୁରୁବାର ପୁଣି ୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରୁ ୬ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ଭଦ୍ରକ ଜିଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି। ତେବେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୫ରେ ପହଞ୍ଚିଛି। ସେଥିମଧ୍ୟରୁ ୨୦ଜଣ ଚିକିତ୍ସିତ ହେଉଥିବା ବେଳେ ୨୮୪ଜଣ ସୁସ୍ଥ ଓ ଜଣଙ୍କର ମୃତ୍ୟୁ ଘଟିଛି।

Share