ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୦ ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟରେ ଆଉ ୪୦୦ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୧୩୭ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା କଟକର ୫୮ଜଣ, ଖୋର୍ଦ୍ଧାର ୪୬, କୋରାପୁଟ ୪୧, ଯାଜପୁରର ୩୭, କେନ୍ଦୁଝରର ୧୪, କେନ୍ଦ୍ରାପଡ଼ାର ୧୦, ମୟୂରଭଞ୍ଜର ୯, ନୟାଗଡ଼ର ୭, ସୁନ୍ଦରଗଡ଼ର ୭, ବରଗଡ଼ର ୫, ଜଗତସିଂହପୁରର ୫, ସୋନପୁରର ୫, ଅନୁଗୋଳ-କଳାହାଣ୍ଡି-ପୁରୀର ୪, ବୌଦ୍ଧର ୩, ଭଦ୍ରକର ୨, ରାୟଗଡ଼ା ଏବଂ ସମ୍ବଲପୁରର ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୩,୩୦୯ରେ ପହଞ୍ଚିଥିବା ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

 

Share