ଭୁବନେଶ୍ୱର, ୧୯।୯ (ବ୍ୟୁରୋ): ଓଡ଼ିଶାରେ ଶନିବାର ୪ ହଜାର ୯୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଏନେଇ ସୂଚନା ଦିଆଯାଇଛି। ଶନିବାର ଖୋର୍ଦ୍ଧାରୁ ସର୍ବାଧିକ ୬୦୫ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିଭଳି ପୁରୀରୁ ୪୧୨, କଟକରୁ ୩୭୧, ବରଗଡ଼ ୧୬୯, ନବରଙ୍ଗପୁର ୧୬୦, ସୁନ୍ଦରଗଡ଼ ୧୫୫, କେନ୍ଦ୍ରାପଡ଼ା ୧୪୫, ରାୟଗଡ଼ା ୧୪୫, ଯାଜପୁର ୧୩୯, ବଲାଙ୍ଗୀର ୧୨୩, ଜଗତ୍ସିଂହପୁର ୧୨୧, କୋରାପୁଟ ୧୨୦, ମୟୂରଭଞ୍ଜ ୧୧୫, ସୋନପୁର ୧୧୦, ଭଦ୍ରକ ୧୦୪, ସମ୍ବଲପୁର ୯୯, ଝାରସୁଗୁଡ଼ା ୯୩, କେନ୍ଦୁଝର ୯୨, ବାଲେଶ୍ୱର ୯୧, ନୟାଗଡ଼ ୮୩, ନୂଆପଡ଼ା ୭୮, ଅନୁଗୋଳ ୬୬, ଗଞ୍ଜାମ ୫୬, ଢେଙ୍କାନାଳ ୫୦, କଳାହାଣ୍ଡି ୪୪, ମାଲକାନଗିରି ୪୪, କନ୍ଧମାଳ ୩୮, ବୌଦ୍ଧ ୧୮, ଗଜପତି ୧୮, ଦେବଗଡ଼ ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ଏକ ଲକ୍ଷ ୪୧ ହଜାର ୬୫୭ ଜଣ ଆରୋଗ୍ୟ ଲାଭ କରିଥିବା ଜଣାପଡ଼ିଛି।