Categories: ରାଜ୍ୟ

ଆହୁରି ୪୮ଘଣ୍ଟା ହିଟ୍‌ଓ୍ବେଭ୍‌

ଭୁବନେଶ୍ୱର, ୩।୬(ଅସମାପିକା ସାହୁ)- ରାଜ୍ୟରେ ଡରାଇଲାଣି ତାତି। ରବିବାର ଟିଟିଲାଗଡ଼ରେ ସର୍ବାଧିକ ଦିନତାପମାତ୍ରା ୪୨.୫ହିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର, ସୋନପୁରରେ ୪୨.୩, ବୌଦ୍ଧ ୪୨.୧, ଭବାନିପାଟଣା ୪୦.୫, ନୂଆପଡ଼ା ୪୦.୫, ଝାରସୁଗୁଡ଼ା ୪୦.୪, ସମ୍ବଲପୁରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆହୁରି ୪୮ଘଣ୍ଟା ହିଟ୍‌ଓ୍ବେଭ୍‌ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

ବଲାଙ୍ଗୀର ଓ ବରଗଡ଼ ଜିଲାକୁ ଦୁଇଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ କଳାହାଣ୍ଡି, ନୂଆପଡ଼ା, ସୋନପୁର ଏବଂ ସମ୍ବଲପୁରରେ ଜିଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେପଟେ ତାତି ସାଙ୍ଗକୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ଗୁଳୁଗୁଳି ଳାଗି ରହିବ। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଅପରପକ୍ଷେ ୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।