ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୮୩ ପଜିଟିଭ

ଭୁବନେଶ୍ୱର, ୬।୯ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ରବିବାର ୪୮୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସେଥିମଧ୍ୟରୁ ୨୦୫ ଜଣ କ୍ୱାରାଣ୍ଟାଇନରୁ ଏବଂ ୨୭୮ ଜଣ ଲୋକାଲ କେସ୍‌ ରହିଛି। ସେହିଭଳି ରବିବାର ଆଉ ୩୫୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ବିଏମ୍‌ସି ଅଞ୍ଚଳରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୨୯୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮,୨୨୧ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୪୮ ଜଣ ମୃତ୍ୟୁବରଣ କରିଛନ୍ତି। ଅପରପକ୍ଷରେ ବର୍ତ୍ତମାନ ୫,୦୧୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି।

Share