ମାଲକାନଗିରି ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ: ୪ ବିଏସ୍‌ଏଫ୍‌ ଯବାନ ସଂକ୍ରମିତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ)-ମାଲକାନଗିରି ଜିଲାରେ ଶନିବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ବିଏସ୍‌ଏଫ୍‌ ଯବାନ ରହିଛନ୍ତି। ଆକ୍ରାନ୍ତ ଯବାନମାନେ ସଦର ମହକୁମା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ କିଛିଦିନ ପୂର୍ବରୁ ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ଫେରିଥିଲେ। ସେହିପରି ଏମ୍‌.ଭି. ୭ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ଆକ୍ରାନ୍ତ ଜଣକ ତାମିଲନାଡୁ ଫେରନ୍ତା ବୋଲି ଜଣାପଡ଼ିଛି। ପ୍ରଶାସନ ତରଫରୁ ଚିହ୍ନଟ ଆକ୍ରାନ୍ତଙ୍କୁ ମାଲକାନଗିରି କୋଭିଡ୍‌-୧୯ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଏମ୍‌.ଭି. ୭ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।