ଆଉ ୫୩ ଓଏଏସ୍‌ ଅଫିସରଙ୍କ ବଦଳି

ଭୁବନେଶ୍ୱର,୨୫ା୧୦: ରାଜ୍ୟ ସରକାର ଓଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି। ଗତ ୭ ଦିନ ମଧ୍ୟରେ ଜିଲାସ୍ତରରେ କାର୍ଯ୍ୟରତ ମୋଟ୍‌ ୨୫୦ଜଣ ଓଏଏସ୍‌ ଅପିସରଙ୍କ ବଦଳି ହୋଇସାରିଛି। ଏବେ ଆଉ ୫୩ ଜଣଙ୍କୁ ବଦଳି କରାଯାଇଥିବା ବିଜ୍ଞପ୍ତିରୁ ପ୍ରକାଶ ପାଇଛି।

ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୫୩ଜଣ ଓଏଏସ୍‌ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ଡେପୁଟି କଲେକ୍ଟର, ବିଡିଓ ଭାବେ ନିଯୁକ୍ତି ମିଳିଛି । ଏହି ସମସ୍ତ ଅଫିସରଙ୍କୁ ୨୪ତାରିଖରେ ବଦଳି ନିର୍ଦ୍ଦେଶ କରାଯାଇଛି। ଏହି ଅଫିସରମାନଙ୍କୁ ଆଜିସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି।

Share