CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪୩ କରୋନା ପଜିଟିଭ; ୧୪ ହଜାର ଟପିଲା ମୋଟ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜର ଟପି ୧୪,୨୮୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୫୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ଲୋକାଲ କେସ୍‌ ରହିଛି।
ନୂଆ ୫୪୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧, ବାଲେଶ୍ୱର ୮, ବରଗଡ଼ ୩, ଭଦ୍ରକ ୧, ବଲାଙ୍ଗୀର ୫, ବୌଦ୍ଧ ୭, କଟକ ୩୯, ଢେଙ୍କାନାଳ ୨, ଗଜପତି ୨୯, ଜଗତ୍‌ସିଂହପୁର ୧୫, ଯାଜପୁର ୧, ଝାରସୁଗୁଡ଼ା ୬, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୨୨, ଖୋର୍ଦ୍ଧା ୮୭, ମାଲକାନଗିରି ୧୧, ମୟୂରଭଞ୍ଜ ୨୨, ନୟାଗଡ଼ ୧, ପୁରୀ ୭, ରାଗଡ଼ା ୨୪, ସମ୍ବଲପୁର ୨ ଏବଂ ସୁନ୍ଦରଗଡ଼ରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୪,୨୮୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪,୯୨୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୯,୨୫୫ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

Share