ବରଗଡ଼ ଅଫିସ,୧।୯: ବରଗଡ଼ ଜିଲାରୁ ମଙ୍ଗଳବାର ପୁଣି ୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବରଗଡ଼ ପୌରାଞ୍ଚଳର ୨୮, ବରଗଡ଼ ବ୍ଲକର ୪, ବରପାଲି ବ୍ଲକର ୩, ବରପାଲି ଏନ୍ଏସିର ୮, ବିଜେପୁର ବ୍ଲକର ୧, ଅମ୍ବାଭୋନା ବ୍ଲକର ୮, ଅତାବିରା ଏନ୍ଏସିର ୫ ଏବଂ ଅତାବିରା ଓ ଭଟଲି ବ୍ଲକରୁ ୨ଜଣ ଲେଖାଏ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୯୪୪ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ବରଗଡ଼