CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୧୮କରୋନା ପଜିଟିଭ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଲା

ଭୁବନେଶ୍ୱର,୧୫।୭(ବ୍ୟୁରୋ):  ରାଜ୍ୟରେ ବୁଧବାର ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୬୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୧ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୭ ଲୋକାଲ କେସ୍‌ ରହିଛି।
ନୂଆ ୬୧୮ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧୪, ବାଲେଶ୍ୱର ୬୧, ଭଦ୍ରକ ୧, ବଲାଙ୍ଗୀର ୨, ବୌଦ୍ଧ ୨, କଟକ ୧୬, ଢେଙ୍କାନାଳ ୨, ଜଗତ୍‌ସିଂହପୁର ୨୬, ଯାଜପୁର ୫, ଝାରସୁଗୁଡ଼ା ୧, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୫, ଖୋର୍ଦ୍ଧା ୧୦୭, କୋରାପୁଟ ୧, ମାଲକାନଗିରି ୧୩, ମୟୂରଭଞ୍ଜ ୨୧, ନୟାଗଡ଼ ୧୫, ପୁରୀ ୫, ରାୟଗଡ଼ା ୧, ସମ୍ବଲପୁର ୧୦, ସୁନ୍ଦରଗଡ଼ ୧୫।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୪, ୮୯୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪,୯୩୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୯,୮୬୪ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

Share