ରାଜ୍ୟରେ ପୁଣି ୬୪୪ କରୋନା ପଜିଟିଭ୍‌ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୬୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୭୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୬ ହଜାର ୬୪୫ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୬୪ଜଣ ଥିବା ଜଣାପଡିଛି। ସେହିପରି ମୟୁରଭଞ୍ଜ ୩୬, ବରଗଡ ୧୯, ଭଦ୍ରକ ୧୧, ବାଲେଶ୍ୱର ୧୧, ଯାଜପୁର ୧୭, ରାୟଗଡାରୁ ୪, ନବରଙ୍ଗପୁର ୧୧, କେନ୍ଦ୍ରାପଡା ୨୭, କୋରାପୁଟ ୧୦, ଜଗତସିଂହପୁର ୨୬, ଢେଙ୍କାନାଳରୁ ୫, ଝାରସୁଗୁଡା ୨୧, ଅନୁଗୋଳ ୫୦, ନୂଆପଡା ୩୬, ସମ୍ବଲପୁର ୧୫, ସୁନ୍ଦରଗଡ ୬୨, ସୋନପୁର ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହପରି ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୦୪କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୭ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩, ସୁନ୍ଦରଗଡ ୫, ପୁରୀ ୪, ଅନୁଗୋଳ ୨, ଢେଙ୍ଗାନାଳ, ମୟୁରଭଞ୍ଜ ଏବଂ କଳାହାଣ୍ଡି ଜିଲାରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Share