ରାଜ୍ୟରେ ପୁଣି ୬୬୮ ପଜିଟିଭ୍‌ ଚିହ୍ନଟ, ନୂଆପଡାରୁ ସର୍ବାଧିକ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮୩ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୪ ହଜାର ୬୨୯ରେ ପହଞ୍ଚିଛି। ସୋମବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡା ଜିଲାରୁ ସର୍ବାଧିକ ୬୮ଜଣ ଥିବା ଜଣାପଡିଛି। ସେହିପରି କଟକ ୩୭, ମୟୁରଭଞ୍ଜ ୫୦, ବରଗଡ ୧୮, ଭଦ୍ରକ ୧୫, ବାଲେଶ୍ୱର ୩୮, ଯାଜପୁର ୧୮, ରାୟଗଡାରୁ ୨, ନବରଙ୍ଗପୁର ୯, କେନ୍ଦ୍ରାପଡା ୨୧, ଜଗତସିଂହପୁର ୨୫, ଢେଙ୍କାନାଳରୁ ୬, ଝାରସୁଗୁଡା ୨୩, ଅନୁଗୋଳ ୪୬, ସମ୍ବଲପୁର ୨୫, ସୁନ୍ଦରଗଡ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share