ପୁରୀ ଅଫିସ,୧୫।୪: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୁରୀରେ ମଧ୍ୟ ଏହି ସଂଖ୍ୟା ବଢ଼ି ଚାଲିଛି। ଶ୍ରୀମନ୍ଦିର ସହ ବିଭିନ୍ନ ସେବାରେ ଜଡ଼ିତ ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେବାୟତ, ସେବାୟତଙ୍କ ପରିବାରକୁ ମିଶାଇ ୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଶ୍ରୀମନ୍ଦିର ସହ ଜଡ଼ିତ ୨୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଶ୍ରୀମନ୍ଦିରରେ ୭ ଜଣ ସେବାୟତ, ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ, ସେବାୟତ ପରିବାରର ୩ ଜଣ ଏବଂ ଏକ ଜୋତାଷ୍ଟାଣ୍ଡର ୮ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।