ବେକାବୁ ହେଲାଣି କଟକ ସହର: ପୁଣି ୭୪ କରୋନା ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୫ା୭: କଟକ ସହରରେ କରୋନା ସ୍ଥିତି ଏବେ ବେକାବୁ ହେଲାଣି। ପ୍ରତିଦିନ ଏଠାରୁ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଯାହାକି ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରବିବାର ପୁଣି ୭୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୬ ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ଏବଂ ୨୮ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି।
ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଆଇସୋଲେଶନ ଓ୍ବାର୍ଡରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୩  କରୋନା ଯୋଦ୍ଧା  ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ୫୪ ବର୍ଷୀୟ ବ୍ୟକ୍ତି ଏବଂ ୨୧ ବର୍ଷୀୟା ଦୁଇ ମହିଳା। ୫ଟି କେସ୍‌ ମାଳିସାହିର ରହିଛି।
ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ମାଳିସାହିର ୧୩ ଜଣ, ମାନିକ ଘୋଷ ବଜାରର ୧୧ ଜଣ, ସିଡିଏ ସେକ୍ଟର ୬ର ୩ ଜଣ ଏବଂ ବମ୍ଫକୁଦ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ସହରରେ ବର୍ତ୍ତମାନ ସୁଦ୍ଧା ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି। ୧୬୬ ଜଣ ଚିକିତ୍ସିତ ହେଉଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି।

Share