ବାରିପଦା ଅଫିସ,୨୪।୪: ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ଶିକ୍ଷାନୁଷ୍ଠାନ ଯାନବାହାନଗୁଡ଼ିକର ଯାଞ୍ଚ ଚାଲିଛି। ଯାଞ୍ଚର ତୃତୀୟ ଦିନରେ ମୟୂରଭଞ୍ଜ ଜିଲାର ୯ଟି ଘରୋଇ ଶିକ୍ଷାନୁଷ୍ଠାନର ଯାନ ଉପରେ ଜରିମାନା କରାଯାଇଛି। ସେଥିମଧ୍ୟରେୁ ୩ଟି ବସ୍, ୩ଟି ହାଲୁକା ଯାନ ଓ ୩ଟି ଅଟୋ ରିକ୍ସା ରହିଛି। ଏଗୁଡ଼ିକ ମଧ୍ୟରୁ ୬ଟିର ଫିଟନେସ୍ ଅନୁମତି ପତ୍ର ନ ଥିବା ବେଳେ ୪ଟିର ପରମିଟ୍ ଓ ୪ଟିର ବୀମା ଅବଧି ଶେଷ ହୋଇଥିବା ଜଣାପଡ଼ିଛି। ସେହିପରି ୩ଟି ଯାନର ପ୍ରଦୂଷଣ ପ୍ରମାଣପତ୍ର ନ ଥିବା ବେଳେ ଜଣେ ଚାଳକଙ୍କର ଲାଇସେନ୍ସ ନ ଥିବାରୁ ଜରିମାନା କରାଯାଇଛି।