ଭଦ୍ରକରୁ ପୁଣି ୯୪ କରୋନା ଆକ୍ରାନ୍ତ ଚିହ୍ନଟ: ସମସ୍ତେ ସ୍ଥାନୀୟ ଅଞ୍ଚଳର

ଭଦ୍ରକ ଅଫିସ,୧।୯: ଭଦ୍ରକ ଜିଲାରୁ ମଙ୍ଗଳବାର ୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୨୭କୁ ବୃଦ୍ଧି ପାଇଛି। ତେବେ ଚିହ୍ନଟ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଜିଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୭୬ ଜଣ ସୁସ୍ଥ ହୋଇଥିବା ବେଳେ ୬୪୩ ଜଣ ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କ ମୃତ୍ୟୁ ଘଟିଛି।

Share