ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା: ଜଣଙ୍କ ମୃତ୍ୟୁ

ମୟୂରଭଞ୍ଜ,୨୮।୧: ମୟୂରଭଞ୍ଜ ଜିଲା ବାରିପଦା ବାଙ୍ଗିରିପୋଷି ସ୍ଥିତ ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା ଘଟିଛି । ଏକ ଟ୍ରକ ଘାଟି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତକଡ଼କୁ ଓଲଟି ପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ । ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । କିଛି ଦିନ ତଳେ ଏକ ଯାତ୍ରା ପାର୍ଟିର ଟ୍ରକ ଓଲଟି ୬ଜଣଙ୍କ ମୃତ୍ୟୁ ଘଟିଥିଲା । ସେହି ଦୁର୍ଘଟଣାର ଦୁଃଖ ଭୁଲି ହୋଇ ନ ଥିବା ବେଳେ ରବିବାର ଆଉ ଏକ ଦୁର୍ଘଟଣା ଘଟିଛି।

Share