ଆଉ ଜଣେ ଅଭିନେତ୍ରୀ କରୋନା ଆକ୍ରାନ୍ତ

ମୁମ୍ବାଇ: କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଜଣକ ପରେ ଜଣେ ସେଲିବ୍ରିଟି କରୋନାରେ ଆକ୍ରାନ୍ତ ହେଉଛନ୍ତି। ଶନିବାର ଅଭିନେତ୍ରୀ ମୃଣାଳ ଠାକୁରଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ତାଙ୍କର ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କରୋନା ଟେଷ୍ଟ୍‌ ପଜିଟିଭ ବିଷୟରେ ପ୍ରଶଂସକଙ୍କୁ ଅବଗତ କରାଇ ଏଥିରେ କ୍ୟାପଶନ ଲେଖିଛନ୍ତି, ମୋ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋ’ଠାରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି। କିନ୍ତୁ ମୁଁ ଭଲ ଅଛି, ମୋର ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରୁଛି।

ଏହା ସହିତ ମୃଣାଳ କହିଛନ୍ତି, ସମସ୍ତଙ୍କୁ ନିବେଦନ କରୁଛି, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି; ସମସ୍ତେ କରୋନା ଟେଷ୍ଟ କରାଇ ନିଅନ୍ତୁ। ଘରେ ରୁହନ୍ତୁ। ସୁସ୍ଥ ରୁହନ୍ତୁ।

Share