ପୁଣି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ, ମିଡିଆ ପରିଚୟପତ୍ର ଦେଖାଇ ସୁରକ୍ଷାପଥରୁ ଖସି ଯାଇଥିଲେ ଦୁର୍ବୃତ୍ତ

ଓ୍ବାଶିଂଟନ,୧୪ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ କରାଯାଇଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବେ ପ୍ରଚାର କରୁଛନ୍ତି। ଏହି ସମୟ ମଧ୍ୟରେ ତୃତୀୟ ଥର ପାଇଁ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଯଦିଓ ସେ ନିରାପଦରେ ଅଛନ୍ତି। ଏଥର ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିବା ଦୁର୍ବୃତ୍ତ ଟ୍ରମ୍ପଙ୍କ ରାଲିର ସ୍ଥାନଠାରୁ କିଛି ଦୂରରେ ଧରାପଡ଼ିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ଦୁଇଥର ଟ୍ରମ୍ପଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ଏହାପୂର୍ବରୁ ଜୁଲାଇ ୧୩ରେ ମାଥ୍ୟୁ କ୍ରୁକ୍ସ ପେନ୍‌ସିଲଭାନିଆର ବଟଲର ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ ଗୁଳିକରି ହତ୍ୟା କରିଦେଇଥିଲେ। ଏହା ପରେ ସେପ୍ଟେମ୍ବରରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା। ଗଲ୍ଫ କୋର୍ସରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରୁଥିବା ବେଳେ ରିୟାନ ଓ୍ବେସଲି ରାଓ୍ବଥ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

ତୃତୀୟ ଥର ପାଇଁ ଟ୍ରମ୍ପଙ୍କୁ ସାଂଘାତିକ ଭାବେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ଓ୍ବେମ ମିଲର। ଯେତେବେଳେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରୁଥିଲେ, ସେହି ସ୍ଥାନଠାରୁ କିଛି ଦୂରରେ ସୁରକ୍ଷାକର୍ମୀମାନେ ମିଲରଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ଗୁଳି ଓ ପ୍ରେସ୍‌ର ଏକ ନକଲି ପରିଚୟପତ୍ର ଜବତ କରାଯାଇଛି। ଟ୍ରମ୍ପଙ୍କ ରାଲି ପାଇଁ ତାଙ୍କର ଏକ ପାସ୍‌ ମଧ୍ୟ ଥିଲା। ପୋଲିସ ଦେଇଥିବା ସୂଚନା ଅନୁଯାୟୀ ମିଲର ଲସଭେଗାସର ବାସିନ୍ଦା।

ରିଭରସାଇଡ୍‌ କାଉଣ୍ଟି ଶେରିଫ ଚାଡ୍‌ ବିୟାନକୋଙ୍କ ଅନୁଯାୟୀ, କାଲିଫର୍ନିଆର କୋଚେଲା ଭ୍ୟାଲିରେ ପୋଲିସ ଟ୍ରମ୍ପଙ୍କ ଉପରେ ହୋଇଥିବା ରାଲିରେ ଆଉ ଏକ ହତ୍ୟା ଉଦ୍ୟମକୁ ରୋକିଛି।

ଲସଭେଗାସ୍‌ର ୪୯ ବର୍ଷୀୟ ଭେମ ମିଲର୍‌ ନାମକ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରାଲି ସାଇଡଠାରୁ ପ୍ରାୟ ଦେଢ଼ ମାଇଲ ଦୂରରେ ଏକ କଳା ଏସ୍‌ୟୁଭିରେ ରିଭରସାଇଡ କାଉଣ୍ଟି ଡେପୁଟି ଅଟକାଇଥିଲା। ମିଲର ମିଥ୍ୟା ଭିଆଇପି ଏବଂ ମିଡିଆ ପରିଚୟପତ୍ର ଦେଖାଇ ପ୍ରାରମ୍ଭିକ ସୁରକ୍ଷା ଯାଞ୍ଚ ପଏଣ୍ଟ ଦେଇ ଯାଇଥିବାର ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱୀକାର କଲେ ଜଷ୍ଟିନ ଟ୍ରୁଡୋ, କାନାଡ଼ା ପାଖରେ ନାହିଁ ନିଜ୍ଜାର ହତ୍ୟାର ପ୍ରମାଣ

ନୂଆଦିଲ୍ଲୀ, ୧୬ା୧୦: ବୁଧବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ...

କାନାଡ଼ାର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରି ବଡ ଭୁଲ କରିଛି ଭାରତ: ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ, ୧୬ା୧୦: କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଅଭିଯୋଗ କରିଛନ୍ତି ଯେ, ଭାରତ କାନାଡ଼ାର ସାର୍ବଭୌମତ୍ୱକୁ ଉଲଂଘନ କରି ଏକ ବଡ ଭୁଲ କରିଛି।...

ପାକିସ୍ତାନକୁ ନିଜ ଘରେ ମୁହଁତୋଡ ଜବାବ ଦେଲେ ଜୟଶଙ୍କର: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବର୍ତ୍ତମାନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତି...

ପାକିସ୍ତାନରେ ମର୍ନିଂ ଓ୍ବାକ୍‌ କଲେ ଏସ ଜୟଶଙ୍କର: ଫଟୋ ଶେୟାର କରି କହିଲେ…

ଇସଲାମାବାଦ୍‌,୧୬।୧୦: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ (ଏସ୍‌ସିଓ)ରେ ଯୋଗଦେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜିକାଲି ପାକିସ୍ତାନ ଗସ୍ତରେ ଅଛନ୍ତି। ବିଭିନ୍ନ ଦେଶର...

ଶତ୍ରୁତା ପରେ ବି ପାକିସ୍ତାନରୁ ଅନେକ ଜିନିଷ କିଣୁଛି ଭାରତ, ପ୍ରତି ଘର ପାଇଁ ଆବଶ୍ୟକ…

ନୂଆଦିଲ୍ଲୀ/ଇସଲାମାବାଦ,୧୬।୧୦: ୨୦୧୯ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସ୍ଥଗିତ ରହିଛି। ଅଗଷ୍ଟ ୫, ୨୦୧୯ରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦...

ଜୟଶଙ୍କର ପହଞ୍ଚିବାର କିଛି ଘଣ୍ଟା ବଦଳିଗଲା ପାକିସ୍ତାନର ସ୍ବର

ଇସଲାମାବାଦ୍‌,୧୬।୧୦: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗଦେବା ପାଇଁ ଇସ୍‌ଲାମାବାଦ ଯାଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ...

ଭାରତ ସରକାରଙ୍କ ଏଜେଣ୍ଟ ସହ ବିଷ୍ଣୋଇ ଗ୍ୟାଙ୍ଗ୍‌ ସମ୍ପୃକ୍ତ: କାନାଡା ପୋଲିସ

ଓଟ୍ଟାଓ୍ବା,୧୬ା୧୦: ଦକ୍ଷିଣ ଏସୀୟ ସମ୍ପ୍ରଦାୟ ବିଶେଷ ଭାବେ ଖଲିସ୍ତାନୀ ତତ୍ତ୍ୱଙ୍କୁ ଟାର୍ଗେଟ କରିବା ପାଇଁ ଭାରତର ସରକାରୀ ଏଜେଣ୍ଟଗୁଡ଼ିକ ଅପରାଧୀମାନଙ୍କୁ ବ୍ୟବହାର କରୁଥିବା କାନାଡା ପୋଲିସ...

୨୦୩୫ ସୁଦ୍ଧା ଚନ୍ଦ୍ରରେ ମହାକାଶ କେନ୍ଦ୍ର ନିର୍ମାଣ କରିବ ଚାଇନା

ବେଜିଂ,୧୬ା୧୦:ଚନ୍ଦ୍ରରୁ ମାଟି ନମୁନା ଆଣିବା ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଚାଇନା। ୨୦୫୦ ସୁଦ୍ଧା ଚାଇନା ପକ୍ଷରୁ ମାନବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri