ମାନସଲୁ ବେସ୍‌ କ୍ୟାମ୍ପ୍‌ ନିକଟରେ ପୁଣି ହିମ ସ୍ଖଳନ…

କାଠମାଣ୍ଡୁ,୨।୧୦ : ନେପାଳର ମାନସଲୁ ପର୍ବତ ବେସ କ୍ୟାମ୍ପ ନିକଟରେ ପୁଣି ଥରେ ଭୟଙ୍କର ହିମ ସ୍ଖଳନ ଘଟିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଗତ ସପ୍ତାହରେ ହୋଇଥିବା ହିମ ସ୍ଖଳନରେ ୨ ଜଣଙକ୍କ ମୃତ୍ୟୁ ଘଟିଥିଲା।

ସେପ୍ଟେମ୍ବର ୨୮ରେ ମାନସଲୁରେ ଏକ ବଡ଼ ଧରଣର ହିମ ସ୍ଖଳନରେ ଦୁଇ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥିଲା। ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିରେ ଆମେରିକୀୟ ପର୍ବତାରୋହୀ ହିଲାରୀ ନେଲସନଙ୍କର ମୃତ୍ୟୁ ହୋଇଥିଲା। କ୍ୟାମ୍ପ ୪ ର ଠିକ ତଳେ ହିମ ସ୍ଖଳନ ଘଟି ରାସ୍ତା ବନ୍ଦ ହୋଇ ଯାଇଥିଲା। ସେଭେନ ସମ୍ମିଟ ଟ୍ରେକ, ସାଟୋରି ଆଡଭେଞ୍ଚର, ଇମୋଜିନ ନେପାଳ ଟ୍ରେକ, ଏଲିଟି ଏକ୍ସପେଡ଼ିଶନ ଏବଂ ୮-କେ ଏକ୍ସପେଡ଼ିଶନର ଶେର୍ପା ପର୍ବତାରୋହୀମାନେ ଏହି ହିମ ସ୍ଖଳନ ଯୋଗୁ ଆହତ ହୋଇଥିଲେ।

Share