Categories: ଜାତୀୟ

କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା

ଗୁଆହାଟୀ,୧୧।୯: ଆସାମରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ବଡ଼ ନେତା କାମରୁଲ ଇସଲାମ ଚୌଧୁରୀ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସାମ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଚୌଧୁରୀ ତାଙ୍କ ଇସ୍ତଫା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଗତ କିଛି ମାସ ମଧ୍ୟରେ କଂଗ୍ରେସର ଦିଗହୀନ ତଥା ଦ୍ୱନ୍ଦ୍ୱପୂର୍ଣ୍ଣ ନେତୃତ୍ୱକୁ ଇସ୍ତଫା ପଛର କାରଣ ବୋଲି କାମରୁଲ ଦର୍ଶାଇଛନ୍ତି।
କଂଗ୍ରେସ ଭାରତ ଯୋଡ ଯାତ୍ରା କରୁଥିବାବେଳେ କାମରୁଲଙ୍କ ଇସ୍ତଫା ଦଳ ପାଇ ବଡ଼ ଝଟ୍‌କା ବୋଲି କୁହାଯାଉଛି। ଅତୀତରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ ଦଳ ଛାଡିବା ପରେ ଅନେକ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଥିବା ଦେଖାଯାଇଛି।

Share