Advertisement

ଚାଇନାକୁ ପୁଣି ବଡ଼ ଝଟ୍‌କା: ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ ଡିଲିଟ୍‌

ଓ୍ବାଶିଂଟନ୍‌, ୬।୮: ଚାଇନାକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଡିଲିଟ୍‌ କରିଛି। ଏପ୍ରିଲ୍‌ରୁ ଜୁନ୍‌ ମାସ ମଧ୍ୟରେ ଗୁଗଲ ପକ୍ଷରୁ ଏଭଳି କରାଯାଇଛି। ଏନେଇ ଗୁଗଲର ତ୍ରୟମାସିକ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ଏହି ଚ୍ୟାନେଲ୍‌ ଗୁଡ଼ିକ ଭ୍ରମାତ୍ମକ ସୂଚନା ପ୍ରସାରିତ କରୁଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ସ୍ପେମୀ ଏବଂ ନନ୍‌-ପଲ୍ଟିକାଲ କଣ୍ଟେଟ୍‌ ମାଧ୍ୟମରେ ଏଭଳି ସୂଚନା ପ୍ରସାରିତ କରାଯାଉଥିଲା। ଅଭିଯୋଗ ସତ୍ୟ ପ୍ରମାଣିତ ହେବାପରେ ଗୁଗଲ ପ୍ଲାଟର୍ଫମରୁ ଏସବୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଗୁଡ଼ିକୁ ଡିଲିଟ୍‌ କରି ଦିଆଯାଇଛି। ତେବେ ଗୁଗଲର ଏହି ପଦକ୍ଷେପ ନେଇ ଚାଇନା ଦୂତାବାସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share