ଚେନ୍ନାଇ,୧୦।୨: ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ପରାଜୟ ପରେ ବିରାଟ କୋହଲିଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି। ଏଥି ସହିତ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିବା ଜୋ ରୁଟ ୨ଟି ସ୍ଥାନ ଉପରକୁ ଉଠି ନମ୍ବର ୩ରେ ପହଞ୍ଚିଛନ୍ତି। ଜୋ ରୁଟ ୮୮୩ ରେଟିଂ ପଏଣ୍ଟରେ ପହଞ୍ଚିଛି, ଯାହା ୨୦୧୭ ଠାରୁ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଅଟେ। ଭାରତୀୟ ଉପମହାଦେଶରେ ଖେଳାଯାଇଥିବା ତିନିଟି ଟେଷ୍ଟ ମ୍ୟାଚରେ ଜୋ ରୁଟ ୬୮୪ରନ ସଂଗ୍ରହ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚରେ ଜୋ ରୁଟ ଏକ ଶତକ ଏବଂ ଦ୍ୱିଶତକ ହାସଲ କରିଥିଲେ। ୨୦୧୭ ବର୍ଷ ପରେ ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କୁ ଜୋ ରୁଟ ପଛରେ ପକାଇ ଦେଇଛନ୍ତି। କେନ ୱିଲିୟମସନଙ୍କ ପ୍ରଥମ, ଷ୍ଟିଭ ସ୍ମିଥ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଟେଷ୍ଟ ର଼୍ୟାଙ୍କିଙ୍ଗରେ ଲାବୁଶେନ ଚତୁର୍ଥ ସ୍ଥାନରେ ଅଛନ୍ତି।