Categories: ଜାତୀୟ

କୋର୍ଟରୁ କେଜ୍‌ରିଓ୍ବାଲ୍‌ଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୨୨ା୪: କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଡାଇବେଟିସ୍‌ ସମ୍ବନ୍ଧରେ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରିବାକୁ କେଜ୍‌ରିଓ୍ବାଲ୍‌ଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନିୟମିତ ଇନ୍‌ସୁଲିନ ଦେବା ପାଇଁ ଅରବିନ୍ଦଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହା ଉପରେ ବିଚାରପତି କହିଛନ୍ତି, ଏମ୍ସର ବିଶେଷଜ ଡାକ୍ତର (ଏଣ୍ଡୋରିନୋଲୋଜିଷ୍ଟ / ଡାଇବେଟୋଲୋଜିଷ୍ଟ)୍‌ଙ୍କ ତତ୍ତ୍ୱାବଧାନରେ ଏକ ମେଡିକାଲ ବୋର୍ଡ ଗଠନ କରାଯାଉ, ଯାହା ଉପରେ ଏକ ନିଷ୍ପତ୍ତି ନିଆଯିବ।

ନିକଟରେ କେଜ୍‌ରିଓ୍ବାଲ ରାଉସ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ। ଏହି ପିଟିଶନ ଦାଖଲ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ। ଗିରଫ ପୂର୍ବରୁ ସେ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କଠାରେ ଚିକିତ୍ସା ହେଉଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ ନିୟମିତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଅନୁମତି ଦିଆଯିବା ଉଚିତ ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ଏହାକୁ ଇଡି ବିରୋଧ କରିଥିଲା। ଜାମିନ ପାଇବା ପାଇଁ କେଜ୍‌ରିଓ୍ବାଲ ଏକ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଇଡି କହିଛି।

Share