ମୁମ୍ବାଇ, ୧୫।୯ : ମହାରାଷ୍ଟ୍ର ହାତରୁ ସେମିକଣ୍ଡକ୍ଟର କାରଖାନା ଗୁଜୁରାଟକୁ ଯିବା ପରେ ଏବେ ପୁଣି ବଡ଼ ଝଟ୍କା ଲାଗିଛି। ଶିବସେନା ନେତା ଆଦିତ୍ୟ ଠାକରେ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ପ୍ରତିଷ୍ଠା ହେବାକୁ ଥିବା ୩ ହଜାର କୋଟି ଟଙ୍କା ମୂଲ୍ୟର ଏକ ଔଷଧ ପ୍ରକଳ୍ପ ମଧ୍ୟ ମହାରାଷ୍ଟ୍ର ହାତରୁ ଛଡ଼ାଇ ନିଆଯାଇଛି ଏବଂ ଏହାକୁ ମଧ୍ୟ ଗୁଜରାଟକୁ ଯାଉଛି।
ଆଦିତ୍ୟ ଠାକରେ କହିଛନ୍ତି ଯେ ଏହାର କାରଖାନା ରାୟଗଡରେ ପ୍ରତିଷ୍ଠା ହେବାର ଥିଲା। ଏହାଯୋଗୁ ୮୦ ହଜାର ଲୋକଙ୍କୁ ଚାକିରି ମିଳିଥାନ୍ତା। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ସେ ଏକ ବେଆଇନ ସରକାର ବୋଲି କହିଛନ୍ତି। ସେ କହିଛନ୍ତି ଶିନ୍ଦେ ଏହା ପୂର୍ବରୁ ଏହା ୪୦ ଶିବସେନା ବିଧାୟକଙ୍କୁ ଗୁଜରାଟକୁ ନେଇଥିଲେ ଏବଂ ବର୍ତ୍ତମାନ ମହାରାଷ୍ଟ୍ରରୁ ହାଇଥରୂୁ ଛଡ଼ାଇ ଗୁଜରାଟକୁ ଦୁଇଟି ବଡ ପ୍ରକଳ୍ପ ପଠାଇଛନ୍ତି।
ମହାରାଷ୍ଟ୍ରକୁ ଆସିବାକୁ ଥିବା ପ୍ରକଳ୍ପଗୁଡ଼ିକୁ ଶିନ୍ଦେ ସରକାର ଗୁଜରାଟକୁ ପଠାଉଥିବା ଆଦିତ୍ୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି।