Posted inଜାତୀୟ

କଂଗ୍ରେସକୁ ପୁଣି ଝଟ୍‌କା, ଭାଜପାରେ ସାମିଲ ହେଲେ କମଳନାଥଙ୍କ ନିକଟତମ

ଭୋପାଳ,୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସୋମବାର ଛିନ୍ଦୱାଡା ମ୍ୟୁନିସିପାଲ କର୍ପୋରେସନ ମେୟର ବିକ୍ରମ ଅହାକେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଭାଜପା ରାଜ୍ୟ ସଭାପତି ଭି.ଡି ଶର୍ମା ସଦସ୍ୟତା ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଛନ୍ତି ଯେ ନକୁଳନାଥଙ୍କ ଅମରୱାଡାର ପୂର୍ବତନ ବିଧାୟକ କମଲେଶ ଶାହାଙ୍କ ବିଷୟରେ ଦିଆଯାଇଥିବା ବୟାନକୁ ନେଇ ଦୁଃଖ ପ୍ରକାଶ କରିବା ସହ ବିକ୍ରମ ଅହାକେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ବାସ୍ତବରେ, କମଲେଶ ଶାହା ଭାଜପାରେ ଯେତେବେଳେ ଦସାମିଲ ହୋଇଥିଲେ ସେତେବେଳେ ନକୁଳନାଥ ତାଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ। ଶାହା ଆଦିବାସୀ ସମ୍ପ୍ରଦାୟର ଜଣେ ବଡ ନେତା। ବିକ୍ରମ ଅହାକେ ମଧ୍ୟ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ବିକ୍ରମ ଆହାକେଙ୍କ ସହିତ, ଛିନ୍ଦୱାଡା ମ୍ୟୁନିସିପାଲିଟି କର୍ପୋରେସନ ଜଳ ବିଭାଗର ଅଧ୍ୟକ୍ଷ ପ୍ରମୋଦ ଶର୍ମା, ଅନୁସୂଚିତ ଜାତି ବିଭାଗ ଜିଲା ସଭାପତି ସିଦ୍ଧାନ୍ତ ଥାନେସର, ପୂର୍ବତନ ଏନଏସୟୁ ଜିଲା ସଭାପତି ଆଶିଷ ସାହୁ, ଏନଏସୟୁ ଜିଲା ଉପାଧ୍ୟକ୍ଷ ଧୀରଜ ରାଉତ, ପୂର୍ବତନ ଏନଏସୟୁ ଜିଲା କାର୍ଯ୍ୟନିର୍ବାହୀ ସଭାପତି ଆଦିତ୍ୟ ଉପାଧ୍ୟାୟ, ପୂର୍ବତନ ଏନଏସୟୁଆଇ ବିଧାନସଭା ସଭାପତି ସୁମିତ ଦୁବେ ଭାଜପାରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଛନ୍ତି ଯେ ଛିନ୍ଦଓ୍ବାଡାରେ କମଲ ନାଥ ଜୀ ବହୁତ ଭୁଲ କରିଛନ୍ତି। ନାକୁଲନାଥ ଜୀ ଆଦିବାସୀ ଅଞ୍ଚଳକୁ ଅପମାନିତ କରିଥିଲେ। ସେ ବିଧାୟକ କମଲେଶ ଶାହାଙ୍କୁ ଅସାଧୁ ତଥା ଦେଶଦ୍ରୋହୀ ବୋଲି କହି ଆଦିବାସୀ ଶ୍ରେଣୀକୁ ଅପମାନିତ କରିଥିଲେ। ବିକ୍ରମ ଅହାକେ କହିଛନ୍ତି ଯେଉଁ ଦଳ ଆଦିବାସୀ ସମ୍ପ୍ରଦାୟର ଅପମାନ କରୁଛି ସେଥଇରେ ମୁଁ ରହିବା ଉଚିତ ନୁହେଁ। ଏହାକହି ସେ ଭାଜପାର ସଦସ୍ୟତା ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଛିନ୍ଦଓ୍ବାଡାର ବିକାଶରେ କୌଣସି କମି ରହିବ ନାହିଁ। ବିକ୍ରମ ଅହାକେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ନେତୃତ୍ୱରେ ଦେଶ ତଥା ରାଜ୍ୟ ଆଗକୁ ବଢୁଛନ୍ତି। ଛିନ୍ଦୱାଡାରେ ଏଥର ପଦ୍ମ ଫୁଲ ଫୁଟିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସନ କାର୍ଡର ହେଉଛି ଅପବ୍ୟବହାର, ଏହା ଏବେ ଏକ “ଲୋକପ୍ରିୟତା କାର୍ଡ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୩: ରାସନ କାର୍ଡଗୁଡ଼ିକ ଏକ “ଲୋକପ୍ରିୟତା କାର୍ଡ” ପାଲଟିଛି ବୋଲି କହି ସୁପ୍ରିମକୋର୍ଟ ବୁଧବାର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ...

ବରିଷ୍ଠ ନାଗରିକଙ୍କୁ ବଡ଼ କ୍ଷମତା ଦେଲେ ହାଇକୋର୍ଟ: ଦେଖାଶୁଣା ନ କଲେ ରଦ୍ଦହେବ ଦାନପତ୍ର

ନୂଆଦିଲ୍ଲୀ,୧୯ା୩: ସନ୍ତାନ ସନ୍ତତି କିମ୍ବା ନିକଟ ସମ୍ପର୍କୀୟ ଦେଖାଶୁଣା ନ କଲେ ବରିଷ୍ଠ ନାଗରିକମାନେ ପୂର୍ବ ସମ୍ପାଦିତ ଦାନପତ୍ରକୁ ରଦ୍ଦ କରିପାରିବେ। ଏପରି କି ଗିଫ୍ଟ...

Video: ହୋଲିରେ ରଙ୍ଗ ଲଗାଇବାକୁ ଡାକି ପୁରୁଣା ପ୍ରେମିକକୁ ହତ୍ୟା କେଲେ ପ୍ରେମିକା

ନୂଆଦିଲ୍ଲୀ,୧୯।୩: ହୋଲିରେ ପ୍ରେମିକଙ୍କୁ ରଙ୍ଗ ଲଗାଇବାକୁ ଡାକି ହତ୍ୟା କଲା ପ୍ରେମିକା। ନୂଆ ପ୍ରେମିକ ସହିତ ମିଶି ପୁରୁଣା ପ୍ରେମକୁ ଦେଲା କବର। ରାତି ଅଧରେ...

ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ

ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ...

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷରୁ ଅଧିକ ହେବ କି? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୧୯।୩: କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର କହିଛନ୍ତି ଯେ ସରକାର କର୍ମଚାରୀଙ୍କ ଅବସର ବୟସ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ଉପରେ ବିଚାର...

‘ଭାରତର ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ…’: ଏହି ପ୍ରସଙ୍ଗରେ ପୁଣି ମୋଦିଙ୍କ ପ୍ରଶଂସା କଲେ ଶଶି ଥରୁର

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ସମୟରେ ଭାରତର ସ୍ଥିତିକୁ ବିରୋଧ କରିବାରେ ତାଙ୍କର...

ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ

ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ...

Jioକୁ ଝଟ୍‌କା ଦେବେ ଏଲନ ମସ୍କ! ୮୦ରୁ ୯୦ଗୁଣ ଅଧିକ ରହିବ ଇଣ୍ଟରନେଟ ସ୍ପିଡ

ନୂଆଦିଲ୍ଲୀ,୧୯।୩: ଭାରତରେ ଇଣ୍ଟରନେଟ ସ୍ପିଡ ଓ କନେକ୍ଟିଭିଟି ନିରନ୍ତର ଉନ୍ନତ ହେବାରେ ଲାଗିଛି। ଏବେ ଏହି ପରିବର୍ତ୍ତନରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image