ଆଜି ଆଉ ଜଣଙ୍କର ମୃତଦେହ ଜବତ

ଯାଜପୁର ଅଫିସ, ୧୯।୩: ଯାଜପୁର ଟାଉନ୍‌ ଥାନା ବଡ଼ସୁଆର ନିକଟରେ ଖରସ୍ରୋତାରେ ବୁଡିଯିବା ଘଟଣାରେ ଆଜି ଆଉ ଜଣଙ୍କର ମୃତଦେହ ଜବତ କରାଯାଇଛି। ଏହାକୁ ମିଶାଇ ଏଯାବତ୍‌ ୩ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ୨ ଜଣଙ୍କର ମୃତଦେହ ମିଳିଥିଲା। ନିଖୋଜ ଥିବା ୩ ଜଣଙ୍କୁ ଖୋଜାଖୋଜି ଜାରି ରହିଛି।
ଗତକାଲି ହୋଲି ଖେଳିସାରି ନଦୀକୁ ଗାଧେଇବାକୁ ଯାଇଥିବାବେଳେ ୬ ଜଣ ଯୁବକ ବୁଡିଯାଇଥିଲେ।

Share