ଭୁବନେଶ୍ୱର,୨୬।୧୨: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ କରୋନାର ନୂଆ ଭାରିଆଣ୍ଟ ଜେଏନ୍.୧ରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ରାଗୀ ଜଣଙ୍କ ସୁସ୍ଥ ଅଛନ୍ତି ଏବଂ ଘରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି। ତେବେ ରାଜ୍ୟରେ ଏଯାବତ୍ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି।