ବରଗଡ଼ ଅଫିସ, ୨୭।୬: ବରଗଡ଼ ଜିଲାରେ ଶନିବାର ପୁଣି ଜଣେ ନୂଆ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ବରଗଡ଼ ବ୍ଲକ କଟାପାଲି ଗ୍ରାମର ୫୮ ବର୍ଷୀୟ ବୃଦ୍ଧ। ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି। ଏ ନେଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ରେ ପହଞ୍ଚିଛି।