Posted inଖେଳ

ବିବାହ କରିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌, ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ,୫।୨: ଆଇପିଏଲ ୨୦୨୦ରେ ତାଙ୍କ ପ୍ରଦର୍ଶନ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାହୁଲ ତେୱଟିଆଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ହରିୟାଣା ଅଲରାଉଣ୍ଡର ଏହି ସୂଚନା ସେୟାର କରିଛନ୍ତି। ରାହୁଲ ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ଗୋଟିଏ ଓଭରରେ ପାଞ୍ଚଟି ଛକା ମାରି ରାଜସ୍ଥାନ ରୟାଲ୍ସ ଦଳକୁ ଜିତାଇଥିଲେ। ୟୁଏଇରେ ଖେଳାଯାଇଥିବା ଆଇପିଏଲ ୨୦୨୦ରେ ରାହୁଲ ତେୱଟିଆ ରାଜସ୍ଥାନ ରୟାଲ୍ସ ଦଳ ପାଇଁ ଖେଳିଥିଲେ ଏବଂ ତାଙ୍କର ପ୍ରଦର୍ଶନ ବହୁତ ଭଲ ଥିଲା। କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ରାହୁଲଙ୍କ ଇନିଂସକୁ ସମସ୍ତେ ପ୍ରଶଂସା କରିଥିଲେ। ବ୍ୟାଟିଂ ସହିତ ରାହୁଲ ମଧ୍ୟ ଭଲ ବୋଲିଂ କରିଥିଲେ। ଭାରତୀୟ ପ୍ରିମିୟର ଲିଗର ୧୩ତମ ସିଜନରେ ୧୩୯.୯୪ ହାରରେ ଖେଳାଯାଇଥିବା ୧୪ଟି ମ୍ୟାଚରେ ରାହୁଲ ୨୫୫ ରନ ସ୍କୋର କରିଥିଲେ। ସେହିପରି ୧୦ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ରୋଲିଂ ହେବା ଦେଖି ଦୁଃଖ ଲାଗୁଛି: ଭାବପ୍ରବଣ ହୋଇ ଏମିତି କହିଦେଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ ୨୦୨୫ ମେଗା ନିଲାମ ପାଇଁ ପୃଥ୍ବୀ ଶ’ତାଙ୍କର ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା ରଖିଥିଲେ। କିନ୍ତୁ ସେ ମେଗା ନିଲାମରେ ବିକ୍ରି...

ବଜରଙ୍ଗ ପୁନିଆ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୭ା୧୧ (ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି (ନାଡା) ରେସଲର ବଜରଙ୍ଗ ପୁନିଆଙ୍କୁ ୪ବର୍ଷ ବାସନ୍ଦ କରିଛି। ମାର୍ଚ୍ଚ ୧୦ରେ ଜାତୀୟ ଦଳ ପାଇଁ...

ହଠାତ୍‌ ଦଳକୁ ଛାଡି ଭାରତ ଫେରିଆସିଲେ ଗୌତମ ଗମ୍ଭୀର: ଜାଣନ୍ତୁ କାହିଁକି

ପର୍ଥ,୨୬ା୧୧(ପି.ଟି.): ବର୍ଡର-ଗାଭାସ୍କର ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ଭାରତୀୟ ଦଳର କୋଚ୍‌ ଗୌତମ ଗମ୍ଭୀର ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘରେ ଜରୁରୀ ପରସ୍ଥିତି କାରଣରୁ ଗମ୍ଭୀର...

ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ ଚିନ୍ତାରେ ଭାରତ: ରୋହିତ ଫେରିବା ପରେ…

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ଭାରତୀୟ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଆଡିଲେଡରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ପାଇଁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ...

ଆଇପିଏଲ୍‌ ୨୦୨୫ ଖେଳିପାରିବେ ପୃଥ୍ବୀ? କରିବାକୁ ହେବ ଏହି କାମ…

ନୂଆଦିଲ୍ଲୀ,୨୬।୧୧: ଦିନ ଥିଲା କ୍ରିକେଟର ପୃଥ୍ବୀ ଶ’ଙ୍କ ତୁଳନା ସଚିନ ତେନ୍ଦୁଲକର-ବିରେନ୍ଦ୍ର ସେହ୍ବାଗଙ୍କ ସହ କରାଯାଉଥିଲା। ଲୋକେ ତାଙ୍କ ଖେଳରେ ବ୍ରାଏନ ଲାରାଙ୍କୁ ଦେଖୁଥିଲେ। ହେଲେ...

ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ PCB ଅଧ୍ୟକ୍ଷ, ପାକିସ୍ତାନରେ ବଢ଼ିଲା ଉତ୍ତେଜନା; ଚାମ୍ପିଅନ୍ସ ଟ୍ରଫି ଉପରେ କଳା ବାଦଲ

ଇସଲାମାବାଦ,୨୬।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବ। ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାରତ ସରକାର ପାକିସ୍ତାନରେ ସୁରକ୍ଷାକୁ ନେଇ ବିପଦ...

ଆଇପିଏଲ୍‌ ଅକ୍ସନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଟିମ୍‌ କିଭଳି ହୁଅନ୍ତି ମାଲାମାଲ୍‌, ବିସିସିଆଇକୁ କେତେ ମିଳେ? ଜାଣନ୍ତୁ… 

ନୂଆଦିଲ୍ଲୀ,୨୬।୧୧: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ । ନିକଟରେ ଏହାର ମେଗା ଅକ୍ସନ ସମାପ୍ତ ହୋଇଛି।...

୧୮ ବର୍ଷୀୟ ନେଟ୍‌ ବୋଲର୍‌ଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା କଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ ୨୦୨୫ ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ ନିଷ୍ପତ୍ତି ନେଇଛି। ମୁମ୍ବାଇ ଆଫଗାନିସ୍ତାନର ଆଲ୍ଲା ଗଜାନଫର କିଣିଛି। ତାଙ୍କୁ ମାତ୍ର ୧୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri