Categories: ଖେଳ

ବାପାଙ୍କୁ ହରାଇଲେ ଆଉ ଜଣେ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୫: ଭାରତୀୟ ଲେଗ ସ୍ପିନର ପୀୟୁଷ ଚାୱଲାଙ୍କ ବାପା ପ୍ରମୋଦ କୁମାରଙ୍କ ସୋମବାର ସକାଳେ କରୋନାରେ ପରଲୋକ ଘଟିଛି। ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଲେଖିଛି ଯେ, ଏହି କଷ୍ଟ ସମୟରେ ଆମେ ଆପଣଙ୍କ ଏବଂ ପରିବାର ସହିତ ଅଛୁ। ତୁମେ ଦୃଢ ରୁହ। ପୀୟୁଷ ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କ ବାପାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ତୁମ ବିନା ଜୀବନ ଆଉ ଆଗ ଭଳି ରହିବ ନାହିଁ। ଆଜି ମୁଁ ମୋର ଶକ୍ତିକୁ ହରାଇଲି।
ପୀୟୁଷ ଚାୱଲାଙ୍କୁ ଆଇପିଏଲ ୨୦୨୧ ନିଲାମରେ ୨.୪ କୋଟିରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା। ତେବେ ଲିଗ ବାତିଲ ହେବା ପୂର୍ବରୁ ସେ କୌଣସି ୭ଟି ମ୍ୟାଚ ଖେଳିବାର ସୁଯୋଗ ପାଇ ନ ଥିଲେ। ତାଙ୍କ ସ୍ଥାନରେ ମୁମ୍ବାଇ ରାହୁଲ ଚହରଙ୍କୁ ଏ ସୁଯୋଗ ଦେଇଥିଲା। ରାଜସ୍ଥାନ ରୟାଲ୍ସର ଫାଷ୍ଟ ବୋଲର ଚେତନ ସାକରିଆର ବାପା ମଧ୍ୟ କରୋନାରେ ଗୋଟିଏ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଚେତନଙ୍କ ବାପା କିଛି ଦିନ ହେବ କରୋନା ବିରୋଧରେ ଲଢେଇ କରୁଥିଲେ।

Share