Categories: ଜାତୀୟ

ଫେସ୍‌ବୁକ ବନ୍ଧୁଙ୍କୁ ବିବାହ କରିବା ପାଇଁ ଶ୍ରୀଲଙ୍କାରୁ ଭାରତ ଆସିଲେ ଯୁବତୀ

ନୂଆଦିଲ୍ଲୀ,୩୦।୭: ପାକିସ୍ତାନରୁ ଭାରତ ପଳାଇଆସିଥିବା ସୀମା ହେଦର ଏବଂ ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଥମିନାହିଁ। ଏବେ ଜଣେ ଶ୍ରୀଲଙ୍କା ମହିଳା ନିଜ ଫେସବୁକ ବନ୍ଧୁଙ୍କୁ ବିବାହ କରିବା ପାଇଁ ଭାରତରେ ପହଞ୍ଚିଛନ୍ତି।
ଶ୍ରୀଲଙ୍କା ବାସିନ୍ଦା ବିଗ୍ନେଶ୍ୱରୀ (୨୫) ୬ ବର୍ଷ ପୂର୍ବେ ଫେସବୁକରେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲାର ବାସିନ୍ଦା ଲକ୍ଷ୍ମଣଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଦୀର୍ଘ ସମୟ କଥା ହେବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଗ୍ନେଶ୍ୱରୀ କଲମ୍ବୋରୁ ବିମାନ ଯୋଗେ ଜୁଲାଇ ୮ରେ ଚେନ୍ନାଇରେ ପହଞ୍ଚିଥିଲେ। ଏଠାରେ ଲକ୍ଷ୍ମଣ ତାଙ୍କୁ ଘରକୁ ଆଣିଥିଲେ। ଏଠାରେ ଦୁହେଁ ଜୁଲାଇ ୨୦ରେ କୋଟା ମଣ୍ଡଳର ଏକ ମନ୍ଦିରରେ ବିବାହ କରିଥିଲେ। ଏହି ବିବାହ ପାଇଁ ଲକ୍ଷ୍ମଣଙ୍କ ପରିବାର ସଦସ୍ୟ ମଧ୍ୟ ସମ୍ମତି ପ୍ରକାଶ କରିଥିଲେ। ବିଗ୍ନେଶ୍ୱରୀ ଟୁରିଷ୍ଟ ଭିଜାରେ ଭାରତ ଆସିଛନ୍ତି। ଏହା ଅଗଷ୍ଟ ୧୫ରେ ଶେଷ ହେବ। ପୋଲିସ ତାଙ୍କୁ ଡାକି ଧାର୍ଯ୍ୟ ତାରିଖ ପୂର୍ବରୁ ଦେଶ ଛାଡିବାକୁ କହିଛନ୍ତି।
ବିଗ୍ନେଶ୍ୱରୀ କହିଛନ୍ତି, ମୁଁ ମୋ ସ୍ବାମୀଙ୍କ ସହିତ ଏଠାରେ ରହିବାକୁ ଚାହୁଁଛି। ସରକାର ଅନୁରୋଧ ମୋ ରହିବା ପାଇଁ ବ୍ୟବସ୍ଥା କରାଯାଉ।

Share