Categories: ଜାତୀୟ

ଦିଲ୍ଲୀ ଏମ୍ସରେ ପୁଣି ସାଇବର ଆକ୍ରମଣ…

ନୂଆଦିଲ୍ଲୀ,୬।୬ : ନୂଆଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ପୁଣି ସାଇବର ଆକ୍ରମଣ ହୋଇଛି। ଏମ୍ସ ନୂଆଦିଲ୍ଲୀ ପକ୍ଷରୁ ଏନେଇ ଟୁଇଟ କରାଯାଇଛି। ଏମ୍ସ ପ୍ରଶାସନ ଦ୍ୱାରା ଅଂଶୀଦାର ହୋଇଥିବା ସୂଚନାରେ ଦର୍ଶାଯାଇଛି ହସ୍ପିଟାଲର ସାଇବର ସୁରକ୍ଷା ବ୍ୟବସ୍ଥା ଦ୍ୱାରା ଅପରାହ୍ନ ୨ଟା ୫୦ରେ ମାଲୱେୟାର ଆକ୍ରମଣ ଚିହ୍ନଟ ହୋଇଥିଲା।

ଏମ୍ସ ପ୍ରଶାସନ କହିଛି ଏହି ସାଇବର ଆକ୍ରମଣକୁ ସଫଳତାର ସହ ବିଫଳ କରି ଦିଆଯାଇଛି। ନିୟୋଜିତ ସାଇବର ସୁରକ୍ଷା ବ୍ୟବସ୍ଥା ସେମାନଙ୍କର କାର୍ଯ୍ୟ କରିଥିଲା ଏବଂ ବିପଦକୁ ହଟାଇ ଦିଆଯାଇଥିଲା। ବର୍ତ୍ତମାନ ଇ-ହସ୍ପିଟାଲ ସେବା ସମ୍ପୂର୍ଣ୍ଣ ସୁରକ୍ଷିତ। ଡାକ୍ତରଖାନା ପ୍ରଶାସନର ସମସ୍ତ ସେବା ସାଧାରଣ ଭାବରେ କାର୍ଯ୍ୟ କରୁଛି ।

Share