ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ, ୟୁକ୍ରେନ୍‌ ମୁଣ୍ଡରେ ଅଠା…

ମସ୍କୋ,୩୦।୭ : ରୁଷିଆର ରାଜଧାନୀ ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ୟୁକ୍ରେନ ଉପରେ ଦାୟୀ କରାଯାଇଛି। ବିଶେଷ କଥା ହେଉଛି ଏହି ଆକ୍ରମଣ ଏକ ସମୟରେ ଘଟିଥିଲା ଯେତେବେଳେ ରୁଷିଆର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ସକ୍ରିୟ ଥିଲା, ତଥାପି ରୁଷିଆ ଡ୍ରୋନ ଆକ୍ରମଣରୁ ରକ୍ଷା ପାଇପାରି ନ ଥିଲା। ଏହି ଆକ୍ରମଣରେ ଦୁଇଟି କୋଠା ନଷ୍ଟ ହୋଇଯାଇଛି। ଡ୍ରୋନ ଆକ୍ରମଣର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମସ୍କୋର ମେୟର ମଧ୍ୟ ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ଏନେଇ ୟୁକ୍ରେନ୍‌ ମୁଣ୍ଡରେ ଅଠର ବୋଳା ଯାଇଛି। ୟୁକ୍ରେନ୍‌ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ହୋଇଛି।

ସତର୍କତାମୂଳକ ପଦକ୍ଷେପ ଭାବରେ ରୁଷିଆ ଏହାର ନୁକାଭୋ ବିମାନ ବନ୍ଦରକୁ ବନ୍ଦ କରି ଦେଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମସ୍କୋର ଆଇକ୍ୟୁ କ୍ୱାର୍ଟର ନାମକ ଉଚ୍ଚ ମହଲା କୋଠା ଉପରେ ଆକ୍ରମଣ କରାଯାଇଥିଲା।

ଏହି ବିଲଡିଂରେ ଆବାସିକ ଆପାର୍ଟମେଣ୍ଟ ଏବଂ ସରକାରୀ କାର୍ଯ୍ୟାଳୟ ରହିଛି। ଖବର ଅନୁଯାୟୀ ଏହି ଆକ୍ରମଣରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ମସ୍କୋର ଅନ୍ୟ ଏକ କୋଠା ଉପରେ ଡ୍ରୋନ ଆକ୍ରମଣ ହେବାର ଖବର ମଧ୍ୟ ରହିଛି। ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ତାଙ୍କ ବାସଭବନରେ ଡ୍ରୋନ ଖସିପଡିଥିବା ବେଳେ ତାଙ୍କ ଆପାର୍ଟମେଣ୍ଟରେ ଶୋଇଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ମସ୍କୋ ମେୟର ସର୍ଗେଇ ସୋବିୟାନିନ ମଧ୍ୟ ମସ୍କୋର ଦୁଇଟି ଅଟ୍ଟାଳିକା ଉପରେ ଡ୍ରୋନ ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ତେବେ ଏହି ଆକ୍ରମଣରେ ଅଧିକ କ୍ଷୟକ୍ଷତି ହୋଇ ନ ଥିବା ସେ କହିଛନ୍ତି। ରବିବାର ସକାଳେ ଏହି ଆକ୍ରମଣ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ କରିଛି ରୁଷିଆର ବାୟୁ ପ୍ରତିରକ୍ଷା ପଶ୍ଚିମ ମସ୍କୋରେ ଏକ ୟୁକ୍ରେନ ଡ୍ରୋନକୁ ଧ୍ୱଂସ କରିଛି। ଗତ ସପ୍ତାହରେ ମସ୍କୋରେ ଦୁଇଟି ଡ୍ରୋନ ଆକ୍ରମଣ ହେବାର ଖବର ମଧ୍ୟ ଆସିଥିଲା। ଏଥି ପାଇଁ ୟୁକ୍ରେନକୁ ଦାୟୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା,...

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri