ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟ୍‌କା

କାବୁଲ,୨୧।୧୧:ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ବୋଲି ଆକଳନ କରାଯାଇଛି। ଭୂକମ୍ପ ଅନୁଭୂତ ହେବା କ୍ଷଣି ଲୋକେ ଭୟରେ ଘରୁ ବାହାରି ଆସିଥିଲେ।
ଏହାପୂର୍ବରୁ ଅକ୍ଟୋବର ଆରମ୍ଭରେ ଆଫଗାନିସ୍ତାନରେ ଏକ ବଡ଼ ଧରଣର ଭୂକମ୍ପ ହୋଇଥିଲା। ଏଥିରେ ପ୍ରାୟ ୨୫୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏଥିସହିତ ୯,୦୦୦ରୁ ଅଧିକ ଆହତ ହୋଇଥିଲେ।

Share