ନୁଆଦିଲ୍ଲୀ,୨୨।୩: ରାଜଧାନୀ ଦିଲ୍ଲୀରେ ବୁଧବାର ପୁଣି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୭ ରହିଛି। ଅପରାହ୍ନ ୪.୨୨ରେ ଏହି ଭୂକମ୍ପ ଝଟ୍କା ଲାଗିଥିଲା। ଏହାପୂର୍ବରୁ ମଙ୍ଗଳବାର ରାତିରେ ଦିଲ୍ଲୀରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ)ର ଏକ ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦଠାରୁ ୧୩୩ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଥିଲା ଏବଂ ଏହାର ଗଭୀରତା ୧୫୬ କିଲୋମିଟର ଥିଲା। ଦିଲ୍ଲୀ ବ୍ୟତୀତ ହରିୟାଣା, ପଞ୍ଜାବ, ରାଜସ୍ଥାନ, ଜମ୍ମୁ କଶ୍ମୀରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।