Categories: ଜାତୀୟ

ସ୍ବର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ

ଅମୃତସର, ୯।୫: ପଞ୍ଜାବ ସ୍ବର୍ଣ୍ଣ ମନ୍ଦିର ନିକଟରେ ସୋମବାର ସକାଳେ ପୁଣି ବିସ୍ଫୋରଣ ଘଟି ଜଣେ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଉଦ୍ଦେଶ୍ୟମୂଳକ ଭାବେ କୌଣସି ବ୍ୟକ୍ତି ଏପରି କରିଥିବା ସନ୍ଦେହ କରାଯାଉଥିବାବେଳେ ଆତଙ୍କବାଦୀ ଦିଗକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ ଚାଲିଛି। ଗତ ତିନିଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଏହାପୂର୍ବରୁ ୬ ତାରିଖରେ ମନ୍ଦିର ପାଖରେ ବିସ୍ଫୋରଣ ଘଟି ୬ ଜଣ ଆହତ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଥିବା କେତେକ ଘରର ଝରକା କାଚ ଭାଙ୍ଗିଯାଇଥିଲା। ଦୁଇଟିଯାକ ବିସ୍ଫୋରଣ ନେଇ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଥିବା ଅମୃତସର ପୋଲିସ କମିଶନର ନୈନିହାଲ ସିଂ କହିଛନ୍ତି।

Share